Skip to content

ସତ୍‌ସଙ୍ଗ ଉତ୍ସବ ଭୁବନେଶ୍ୱର ୨୦୨୪

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ତତ୍‌ସହ ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ମହୋତ୍ସବ, ସତ୍‌ସଙ୍ଗ ବିହାର, ଭୁବନେଶ୍ବର ତା୧୧|୦୨|୨୦୨୪, ରବିବାର ରେଳବାଇ ଖେଳପଡ଼ିଆ, ମଞ୍ଚେଶ୍ବର (ରେଳଡବା ମରାମତି କାରଖାନା ପରିସର)

ଇଷ୍ଟାନୁରାଗରଞ୍ଜିତେଷୁ,
ଆମର ପରମାରାଧ୍ୟ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ଏବଂ ତତ୍‌ସହ ସତ୍‌ସଙ୍ଗ ବିହାର, ଭୁବନେଶ୍ବରର ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ମହୋତ୍ସବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ପୂତ ଆଶୀର୍ବାଦକ୍ରମେ ଓ ପୂଜନୀୟ ଅବିନ୍‌ ଦାଦାଙ୍କର ଐଶୀ ପ୍ରେରଣାରେ ୨୦୨୪ ଫେବୃଆରୀ ୧୧ ତାରିଖ, ରବିବାର ଦିନ ମହାସମାରୋହରେ ପାଳନ ହେବ।
ପୁଣ୍ୟଭୂମି ଉତ୍କଳକୁ ଶୁଭାଗମନ ପରେ ଦେଶ ସ୍ବାଧୀନ ହେବାର ବହୁ ପୂର୍ବରୁ ଶ୍ରୀଶ୍ରୀଠାକୁର ମନ୍ଦିରମାଳିନୀ ଐତିହ୍ୟଶାଳିନୀ ନଗରୀ ଭୁବନେଶ୍ବରରେ ଏକ ଭବ୍ୟ ତଥା ବିଶାଳ ମନ୍ଦିର ନିର୍ମାଣ ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ। ଆଦ୍ୟ ଲୀଲାକ୍ଷେତ୍ର ପାବନା ସତ୍‌ସଙ୍ଗ ଆଶ୍ରମରେ ସେବାରତ ଓଡ଼ିଶାର କତିପୟ ଭକ୍ତଙ୍କୁ ଏ ଦିଗରେ କାର୍ଯ୍ୟାରମ୍ଭ କରିବାକୁ ଆଶୀର୍ବାଦ ମଧ୍ୟ କରିଥିଲେ। ଆଜି ଭୁବନେଶ୍ବରର ସତ୍‌ସଙ୍ଗ ବିହାର ପ୍ରାଙ୍ଗଣରେ ଦୃପ୍ତଭଙ୍ଗୀରେ ଦଣ୍ଡାୟମାନ ସତ୍‌ସଙ୍ଗ ଶ୍ରୀମନ୍ଦିର ପରମ ଦୟାଲଙ୍କ ସେହି ଅମିୟ ଆଶୀର୍ବାଦର ବାର୍ତ୍ତା ବହନ କରୁଛି।

Read More Volunteer Registration DP Works
ବୃହତ୍ ସତ୍‌ସଙ୍ଗ ଏବଂ ଉତ୍ସବ ସମ୍ପର୍କରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ନିର୍ଦ୍ଦେଶ:-

ବୃହତ୍ ସତସଙ୍ଗ ହେଉ କିମ୍ବା ଉତ୍ସବ ହେଉ ସେଥିରେ ଯେପରି ବୃହତ୍ ଆକାରରେ ଲୋକ ସମାଗମ ହୁଏ।

ଉତ୍ସବରେ ଯେପରି ଚାନ୍ଦା ସଂଗ୍ରହ କରିବାହିଁ ମୁଖ୍ୟ ନ ହୋଇଉଠେ। ପ୍ରତିଟି ଦୀକ୍ଷିତ, ଅଦୀକ୍ଷିତ ପରିବାରକୁ ଆନ୍ତରିକତାର ସହିତ ଯେପରି ନିମନ୍ତ୍ରଣ କରାହୁଏ

ଉତ୍ସବଟା ଯେପରି ପରିବେଶର ଚତୁର୍ଦ୍ଦିଗରେ ଖେଳେଇ ଯାଏ ପ୍ରତ୍ୟେକଟି ମଣିଷ ଯେପରି ସକ୍ରିୟ ଭାବରେ ଅଂଶ ଗ୍ରହଣ କରିପାରେ

ବୟସ୍କ କର୍ମୀଗଣ ଉତ୍ସବର ଦାୟିତ୍ୱଟା ଯେପରି ଯୁବକ ମାନଙ୍କ ମଧ୍ୟରେ ଭାଗକରି ଦିଅନ୍ତି। ଉତ୍ସବର ପ୍ରତିକ୍ଷେତ୍ରରେ ଯୁବକ ଭାଇ ମାନେ ଯେପରି ସକ୍ରିୟ ଅଂଶ ଗ୍ରହଣ କରନ୍ତି। କାହିଁକିନା ମୁଁ ଯଦି ମୋର ପରବର୍ତ୍ତୀ ପ୍ରଜନ୍ମକୁ ତିଆରି କରିଦେଇ ନଯାଏ, ତାହେଲେ ମୁଁ ଚାଲିଯିବା ପାରେ ମୋ ଠାକୁରଙ୍କୁ କିଏ ମଥାରେ ବହନ କରିବ? ଏହି ଚିନ୍ତା ସମସ୍ତଙ୍କ ମୁଣ୍ଡରେ ରଖିବାକୁ ହବ।

ଉତ୍ସବ ବା ସତସଙ୍ଗରେ DP WORKS ଟା ଯେପରି ମୁଖ୍ୟ ବିଷୟ ହିସାବରେ ରହୁ | ଆଲୋଚନା ସଭାରେ ଯେପରି DP WORKS ମାଧ୍ୟାମରେ ଘଟୁଥିବ ନିତ୍ୟ ନୂତନ ଘଟଣା ଗୁଡ଼ିକ ଉଠି ଆସେ। କିପରି ଭାବରେ ସମସ୍ତେ ମିଶି ସକ୍ରିୟ ଭାବରେ DP WORKS କରିଲେ DP WORK ଟା ଦୃତଗତିରେ ଆଗେଇଯିବ , ସେ ସମ୍ପର୍କ ରେ ସମସ୍ତଙ୍କୁ ସଚେତନ କରିବାକୁ ହେବ ।

ସ୍ଥାନୀୟ ଦାଦା ଏବଂ ମାଆ ମାନଙ୍କୁ ନେଇ ସେମାନଙ୍କର ନିଜ ଜୀଵନରେ ଘଟିଥିବା ଠାକୁରଙ୍କ ଦୟାର କଥା କୁହାଇବାକୁ ହେବ ।

ସ୍ଥାନୀୟ ପ୍ରଶାସନ ବା ଜନଗଣଙ୍କର କୌଣସି ବିଧି ନିଷେଧକୁ ଲଙ୍ଘନ କରି, ଝାମେଲା ସୃଷ୍ଟିକରି, ଉତ୍ସବ ବା ସତସଙ୍ଗ କରାଯିବ ନାହିଁ, ଏହାଦ୍ବାରା ଶ୍ରୀଶ୍ରୀ ଠାକୁରଙ୍କର ଅପପ୍ରଚାର ହେଵ। ମୁଣ୍ଡରେ ରଖିବାକୁ ହେବ “Justified ଯା ତାର ସହିତ ଯୁକ୍ତ ରହିବା ମାନେ Adjusted ରହିବା”।

ସମଗ୍ର ଦେଶରେ ଯେତେବେଳେ କୌଣସି ଗୁରୁତ୍ଵପୂର୍ଣ୍ଣ ପରୀକ୍ଷା ଚାଲିବ ବହୁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ ସେତେବେଳେ କୌଣସି ଧରଣର ବୃହତ୍ ଆକାରରେ ମାଇକ ବଜାଇ ଉତ୍ସବ କରାଯିବ ନାହିଁ। ଏହାଦ୍ୱରା ଠାକୁରଙ୍କର ଅପପ୍ରଚାର ହେବ।

November ଠାରୁ ଆଗାମୀ January ମଧ୍ୟରେ ଦେଶର ସକଳ ସ୍ଥାନରେ ଉତ୍ସବ ଗୁଡ଼ିକ ଶେଷ କରିନେବା ଭଲ। କାରଣ January ଶେଷରେ ମାଧ୍ୟମିକ ତା ପରେ ଉଚ୍ଚ ମାଧ୍ୟମିକ ପରୀକ୍ଷା ଆରମ୍ଭ ହେବ ।

ଏହି ସବୁ ଗୁଡ଼ିକ ମାନି ଯଦି ଉତ୍ସବ କରି ପାରନ୍ତି ତାହେଲେ କରିବେ। ନ ହେଲେ ଉତ୍ସବ ନ କରିବା ହିଁ ଭଲ। ମନେ ରଖିବାକୁ ହେବ ଆମମାନଙ୍କର କୌଣସି ଧରଣର କାର୍ଯ୍ୟକ୍ରମରେ ଯେପରି କୌଣସି ଭାବେହିଁ ଠାକୁରଙ୍କର ଅପପ୍ରଚାର ନହୁଏ, ଠାକୁର ବ୍ୟଥିତ ନ ହୁଅନ୍ତି।

ଉତ୍ସବ କାର୍ଯ୍ୟ ସୂଚୀ

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ଏବଂ ତତ୍‌ସହ ଭୁବନେଶ୍ବରର ସତ୍‌ସଙ୍ଗ ବିହାରର ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ମହୋତ୍ସବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ପୂତ ଆଶୀର୍ବାଦ ଓ ପୂଜ୍ୟପାଦ ଅବିନ୍ ଦାଦାଙ୍କର ଐଶୀ ପ୍ରେରଣା କ୍ରମେ ୨୦୨୪ ଫେବୃଆରୀ ୧୧ ତାରିଖ, ରବିବାର ଦିନ ମହାସମାରୋହର ସହିତ ପାଳନ କରାଯିବ। ସ୍ଥାନୀୟ ମଞ୍ଚେଶ୍ବର ରେଳଡବା କାରଖାନା ପରିସରସ୍ଥ ଖେଳପଡ଼ିଆରେ ଆୟୋଜିତ ଏହି ଉତ୍ସବ ସଂପର୍କରେ ସମସ୍ତ ସୂଚନା ଉପସ୍ଥାପନ ନିମନ୍ତେ ଏହି ୱେବସାଇଟର ପରିକଳ୍ପନା କରାଯାଇଛି। ବର୍ତ୍ତମାନର ଡିଜିଟାଲ୍ ଯୁଗରେ ବିଶ୍ବ ଏକ ଗ୍ରାମରେ ପରିଣତ ହୋଇଥିବା ବେଳେ ଭୌଗଳିକ ଦୂରତ୍ବ ଆଉ ବାଧା ହୋଇ ରହିନାହିଁ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ଶ୍ରୀଶ୍ରୀଠାକୁରଙ୍କର ଏହି ମହାମହୋତ୍ସବ ସଂପର୍କିତ ମହାର୍ଘ ସୂଚନା ସମଗ୍ର ବିଶ୍ବରେ ପହଞ୍ଚାଇବା ପାଇଁ ଏହି ୱେବସାଇଟ୍ ଉଦ୍ଦିଷ୍ଟ।
ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟ ଦେବଙ୍କ ପୁତ ଆଶୀର୍ବାଦ ଓ ମାର୍ଗଦର୍ଶନରେ ପରିପାଳନ ହେବାକୁ ଯାଉଥିବା ଏହି ଭବ୍ୟ ତଥା ବିଶାଳ ଉତ୍ସବରେ ଆମ ସମସ୍ତଙ୍କର ସକ୍ରିୟ ଯୋଗଦାନ ଆବଶ୍ୟକତା ରହିଛି। ଏହି ଲୋକକଲ୍ୟାଣକାରୀ କର୍ମଯଜ୍ଞରେ ନିଜକୁ ସାମିଲ କରି ତାଙ୍କର ଅଜଚ୍ଛଳ ଆଶୀର୍ବାଦର ଅଧିକାରୀ ହେବା ଲାଗି ଏହି ଉତ୍ସବରେ ବିଭିନ୍ନ ସେବା ପ୍ରଦାନ ନିମନ୍ତେ ଆପଣ ଜଣେ ଇଷ୍ଟସେବକ ( ସ୍ବେଚ୍ଛାସେବୀ) ଭାବେ ଅଂଶଗ୍ରହଣ କରିପାରିବେ। ଏଥିଲାଗି ଏହି ୱେବସାଇଟ୍‌ରେ ପ୍ରଦତ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ନିଜର ବ୍ୟକ୍ତିଗତ ସୂଚନା ପ୍ରଦାନ କରି ପଞ୍ଜିକୃତ କରିପାରିବେ। ପରମପିତାଙ୍କର ସେବା ନିମିତ୍ତ ଏହି ମହାର୍ଘ ସୁଯୋଗର ସଦବ୍ୟବହାର କରିବାକୁ ଏକାନ୍ତ ଅନୁରୋଧ।

ଶ୍ରୀ ଅଭୟ କୁମାର ପରିଡ଼ା, ସ.ପ୍ର.ଋ
ସତସଙ୍ଗ ବିହାର, ଭୁବନେଶ୍ବର

Utsav Venue
Satsang Vihar