Skip to content

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ଏବଂ ତତ୍‌ସହ ଭୁବନେଶ୍ବରର ସତ୍‌ସଙ୍ଗ ବିହାରର ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ମହୋତ୍ସବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ପୂତ ଆଶୀର୍ବାଦ ଓ ପୂଜ୍ୟପାଦ ଅବିନ୍ ଦାଦାଙ୍କର ଐଶୀ ପ୍ରେରଣା କ୍ରମେ ୨୦୨୪ ଫେବୃଆରୀ ୧୧ ତାରିଖ, ରବିବାର ଦିନ ମହାସମାରୋହର ସହିତ ପାଳନ କରାଯିବ। ସ୍ଥାନୀୟ ମଞ୍ଚେଶ୍ବର ରେଳଡବା କାରଖାନା ପରିସରସ୍ଥ ଖେଳପଡ଼ିଆରେ ଆୟୋଜିତ ଏହି ଉତ୍ସବ ସଂପର୍କରେ ସମସ୍ତ ସୂଚନା ଉପସ୍ଥାପନ ନିମନ୍ତେ ଏହି ୱେବସାଇଟର ପରିକଳ୍ପନା କରାଯାଇଛି। ବର୍ତ୍ତମାନର ଡିଜିଟାଲ୍ ଯୁଗରେ ବିଶ୍ବ ଏକ ଗ୍ରାମରେ ପରିଣତ ହୋଇଥିବା ବେଳେ ଭୌଗଳିକ ଦୂରତ୍ବ ଆଉ ବାଧା ହୋଇ ରହିନାହିଁ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ଶ୍ରୀଶ୍ରୀଠାକୁରଙ୍କର ଏହି ମହାମହୋତ୍ସବ ସଂପର୍କିତ ମହାର୍ଘ ସୂଚନା ସମଗ୍ର ବିଶ୍ବରେ ପହଞ୍ଚାଇବା ପାଇଁ ଏହି ୱେବସାଇଟ୍ ଉଦ୍ଦିଷ୍ଟ।
ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟ ଦେବଙ୍କ ପୁତ ଆଶୀର୍ବାଦ ଓ ମାର୍ଗଦର୍ଶନରେ ପରିପାଳନ ହେବାକୁ ଯାଉଥିବା ଏହି ଭବ୍ୟ ତଥା ବିଶାଳ ଉତ୍ସବରେ ଆମ ସମସ୍ତଙ୍କର ସକ୍ରିୟ ଯୋଗଦାନ ଆବଶ୍ୟକତା ରହିଛି। ଏହି ଲୋକକଲ୍ୟାଣକାରୀ କର୍ମଯଜ୍ଞରେ ନିଜକୁ ସାମିଲ କରି ତାଙ୍କର ଅଜଚ୍ଛଳ ଆଶୀର୍ବାଦର ଅଧିକାରୀ ହେବା ଲାଗି ଏହି ଉତ୍ସବରେ ବିଭିନ୍ନ ସେବା ପ୍ରଦାନ ନିମନ୍ତେ ଆପଣ ଜଣେ ଇଷ୍ଟସେବକ ( ସ୍ବେଚ୍ଛାସେବୀ) ଭାବେ ଅଂଶଗ୍ରହଣ କରିପାରିବେ। ଏଥିଲାଗି ଏହି ୱେବସାଇଟ୍‌ରେ ପ୍ରଦତ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ନିଜର ବ୍ୟକ୍ତିଗତ ସୂଚନା ପ୍ରଦାନ କରି ପଞ୍ଜିକୃତ କରିପାରିବେ। ପରମପିତାଙ୍କର ସେବା ନିମିତ୍ତ ଏହି ମହାର୍ଘ ସୁଯୋଗର ସଦବ୍ୟବହାର କରିବାକୁ ଏକାନ୍ତ ଅନୁରୋଧ।

ଶ୍ରୀ ଅଭୟ କୁମାର ପରିଡ଼ା, ସ.ପ୍ର.ଋ
ସତସଙ୍ଗ ବିହାର, ଭୁବନେଶ୍ବର